Personalized
Horoscope

ମେଷ ବାର୍ଷିକ ରାଶିଫଳ 2025

ଏହି ବର୍ଷ ପାଇଁ ମେଷ ବାର୍ଷିକ ରାଶିଫଳ 2025 ବିଶେଷ ରୂପରେ ମେଷ ରାଶି ଲୋକଙ୍କ ପାଇଁ ତିଆରି କରାଯାଇଛି। ଏହି ଭବିଷ୍ୟଫଳ ମାଧ୍ୟମରୁ ଆପଣଙ୍କୁ ଜୀବନର ବିଭିନ୍ନ କ୍ଷେତ୍ର ଯେପରି କି ଆର୍ଥିକ ଜୀବନ, କ୍ୟାରୀଅର, ପ୍ରେମ, ବିବାହ, ପରିବାର, ସ୍ବାସ୍ଥ୍ୟ, ବ୍ୟବସାୟ ଇତ୍ୟାଦି ବିଷୟରେ ବିସ୍ତୃତ ଭାବରେ ସୂଚନା ପ୍ରାପ୍ତ ହେବ ଯାହା ବୈଦିକ ଶାସ୍ତ୍ର ଉପରେ ଆଧାରିତ। ଏବେ ଆମେ ଡେରି ନ କରି ଆଗକୁ ବଢ଼ିବା ଓ ଜାଣିବା ମେଷ ରାଶି ଲୋକଙ୍କ ପାଇଁ ବାର୍ଷିକ ରାଶିଫଳ 2025 କ’ଣ ରଖିଛି।

ମେଷ ବାର୍ଷିକ ରାଶିଫଳ 2025

Read in English - Aries Yearly Horoscope 2025

ବୈଦିକ ଜ୍ଯୋତିଷଶାସ୍ତ୍ର ଅନୁସାରେ, ରାଶି ଚକ୍ରର ପ୍ରଥମ ରାଶି ମେଷ ଅଗ୍ନି ତତ୍ଵର ରାଶି। ଏହାର ଆଧିପତ୍ୟ ହେଉଛନ୍ତି ମଙ୍ଗଳ ଗ୍ରହ ସେଥିପାଇଁ ମେଷ ରାଶି ଲୋକମାନେ ଦୃଢ଼ ନିଶ୍ଚୟୀ ଓ ଅଗ୍ରେସିଭ୍ ସ୍ଵଭାବର। ମଙ୍ଗଳ ମହାରାଜ ଜାନୁଆରୀ 2025ର ଦ୍ଵିତୀୟ ଭାଗ- 21 ଜାନୁଆରୀ 2025 ରୁ ବୁଧଙ୍କର ରାଶି ମିଥୁନରେ ବକ୍ରୀ ହେବେ। ବୁଧ ଗ୍ରହଙ୍କୁ ବୁଦ୍ଧିର କାରକ କୁହଯାଏ ଓ ଏପରି ସ୍ଥିତିରେ, ଯେତେବେଳେ ମିଥୁନ ରାଶିରେ ମଙ୍ଗଳ ରହିବେ, ତେବେ ଲୋକମାନେ ବୁଦ୍ଧି ବଢ଼ାଇବାରେ ସକ୍ଷମ ହେବେ। ଗୁରୁ ମହାରାଜ ଭାଗ୍ୟର କାରକ ଗ୍ରହ ବୋଲି ବିବେଚନା କରାଯାଏ ଓ ଏହି ବର୍ଷର ପରତଃ ଭାଗରେ ବୃଷ ରାଶିରେ ରହିବେ ଓ ଏହା ପରେ 15 ମାଇଁ 2025 ରେ ମିଥୁନ ରାଶିରେ ପ୍ରବେଶ କରିବେ।

ବୃଷ ରାଶିରେ ଗୁରୁ ଗ୍ରହ ମେଷ ରାଶି ଲୋକଙ୍କ ପାଇଁ ଭଲ ପରିଣାମ ଦେବେ କାରଣ ଏହା 15 ମଈ 2025 ପର୍ଯ୍ୟନ୍ତ ଆପଣଙ୍କର ଦ୍ଵିତୀୟ ଘରେ ବିରାଜମାନ ରହିବେ। ମାର୍ଚ୍ଚ 2025 ପର୍ଯ୍ୟନ୍ତ ଶନି ଆପଣଙ୍କର ଏକାଦଶ ଘରେ ଅନୁକୂଳ ପରିସ୍ଥିତିରେ ରହିବେ ଓ ଏହା ପରେ ଅପ୍ରିଲ 2025 ରେ ମେଷ ରାଶି ଲୋକଙ୍କର ସାଢ଼େ ସାତୀ ଆରମ୍ଭ ହୋଇଯିବ। ଏପରି ପରିସ୍ଥିତିରେ, ଆପଣଙ୍କର ଜୀବନର ବିଭିନ୍ନ କ୍ଷେତ୍ରରେ ଉତ୍ଥାନ-ପତନ ସାମ୍ନା କରିବା ପାଇଁ ପଡ଼ିବ।

ଜ୍ଯୋତିଷଶାସ୍ତ୍ରରେ ଛାୟା ଗ୍ରହ ନାମରେ ପ୍ରସିଦ୍ଧ ରାହୁ ମୀନ ରାଶିରେ ଓ କେତୁ କନ୍ୟା ରାଶିରେ 18 ମଈ 2025 ପର୍ଯ୍ୟନ୍ତ ରହିବେ। ଏହା ପରେ ରାହୁ କୁମ୍ଭ ରାଶିରେ ଓ କେତୁ ସିଂହ ରାଶିରେ ଗୋଚର କରିବେ। ଲାଭକାରୀ ଗ୍ରହ ଭାବରେ ବିବେଚିତ ଗୁରୁ ଗ୍ରହ ଆପଣଙ୍କୁ ଜୀବନର ଠିକ ପଥରେ ନେଇଯିବେ ଓ ଅଧ୍ୟାତ୍ମିକତାର ମାର୍ଗ ଦେଖାଇବେ।

ଚାଲନ୍ତୁ ଏବେ ଆଗକୁ ବଢ଼ିବା ଓ ଜାଣିବା ମେଷ ରାଶି ପାଇଁ ବାର୍ଷିକ ରାଶିଫଳ ବିଷୟରେ।

ଆଷ୍ଟ୍ରୋବାର୍ତ୍ତା : ଆମର ଜ୍ଯୋତିଷଙ୍କ ସହିତ ହୁଅନ୍ତୁ ଫୋନରେ କଥା ଓ ପାଆନ୍ତୁ ସମସ୍ତ ସମସ୍ୟାର ସମାଧାନ।

ମେଷ ରାଶି ଲୋକଙ୍କ ପାଇଁ ବାର୍ଷିକ ରାଶିଫଳ: କ୍ୟାରୀଅର

ବାର୍ଷିକ ରାଶିଫଳ 2025 ଅନୁସାରେ, ମେଷ ରାଶି ଲୋକଙ୍କ କ୍ୟାରୀଅର ବିନା କୌଣସି ସମସ୍ଯାରେ ପ୍ରଗତି କରିବ କାରଣ ଫେବ୍ରୁୟାରୀ 2025 ପର୍ଯ୍ୟନ୍ତ ଶନି ଦଶମ ଘରର ସ୍ବାମୀ ରୂପରେ ଆପଣଙ୍କର ଏକାଦଶ ଘରେ ରହିବେ। କୁଣ୍ଡଳୀରେ ଏହି ଘର ଲାଭ ଓ ଇଚ୍ଛାର ପୂର୍ତ୍ତିର ଘର। ମେଷ ବାର୍ଷିକ ରାଶିଫଳ 2025 ଅନୁଯାୟୀ ଏହି ସମୟରେ ଲୋକମାନେ ନିଜର ଜୀବନରେ ସନ୍ତୁଷ୍ଟ ରହିବେ। କିନ୍ତୁ ମାର୍ଚ୍ଚ ପରେ ଯେତେବେଳେ ମେଷ ରାଶିର ଲୋକଙ୍କର ସାଢ଼େ ସତି ଆରମ୍ଭ ହେବ, ଆପଣଙ୍କୁ ବହୁତ ସାବଧାନ ରହିବାକୁ ପଡ଼ିବ। କ୍ୟାରୀଅର କ୍ଷେତ୍ରରେ ଶନି ମହାରାଜ ମାର୍ଚ୍ଚ 2025 ପର୍ଯ୍ୟନ୍ତ ଆପଣଙ୍କୁ ଚାକିରିରେ ସ୍ଥିରତେ ଦେବେ। କିନ୍ତୁ ଅପ୍ରିଲ 2025 ପରେ ଆପଣଙ୍କ ଉପରେ ଚାକିରିରେ ଚାପ ବଢ଼ିବ ଯାହାକୁ ପରିଚାଳନା କରିବା କଷ୍ଟକର ହେବ। ।

15 ମଈ ପର୍ଯ୍ୟନ୍ତ ଶୁଭ ଗ୍ରହ ବୃହସ୍ପତି ଆପଣଙ୍କର ନବମ ଘର ଓ ଦ୍ଵାଦଶ ଘରର ସ୍ବାମୀ ରୂପରେ ଆପଣଙ୍କର ଦ୍ଵିତୀୟ ଘରେ ଉପସ୍ଥିତ ରହିବେ। ଏହି ସମୟ ଧନ ଲାଭ ପାଇଁ ଭଲ ରହିବ। 13 ଜୁଲାଇ 2025 ରୁ 11 ନଭେମ୍ବର 2025 ଅବଧିରେ ଶନି ବକ୍ରୀ ରହିବେ ଓ ଏହାର ପରିଣାମସ୍ବରୂପ ଏହି ଲୋକଙ୍କୁ ନିଜର କାମ ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦିଅଯାଇଛି। ଶନି ବକ୍ରୀ ସମୟରେ ଆପଣ ଦ୍ଵନ୍ଦରେ ରହିବେ ଯାହାଫଳରେ ଆପଣଙ୍କୁ ଧୀର ଗତିରେ ପରିଣାମ ମିଳିବ।

ମେଷ ରାଶି ଲୋକଙ୍କ ପାଇଁ ବାର୍ଷିକ ରାଶିଫଳ: ଆର୍ଥିକ ଜୀବନ

ବାର୍ଷିକ ମେଷ ରାଶିଫଳ 2025 ଭବିଷ୍ୟବାଣୀ କହୁଛି ଯେ ମେଷ ରାଶିଲୋକଙ୍କ ପାଇଁ ବର୍ଷ 2025ର ପ୍ରଥମ ଭାଗରେ ଧନର ପ୍ରବାହ ଭଲ ରହିବ କାରଣ 15 ମଈ 2025 ପର୍ଯ୍ୟନ୍ତ ବୃହସ୍ପତି ମହାରାଜ ଆପଣଙ୍କର ଚନ୍ଦ୍ର ରାଶିର ଦ୍ଵିତୀୟ ଘରେ ରହିବେ। କିନ୍ତୁ ଏହା ପରେ ଯେତେବେଳେ ଗୁରୁ ଗ୍ରହ ଆପଣଙ୍କର ତୃତୀୟ ଘରେ ପ୍ରବେଶ କରିବେ, ସେହି ସମୟରେ ଆପଣଙ୍କୁ ଖର୍ଚ୍ଚରେ ବୃଦ୍ଧି ଦେଖାଜୀବ। ଖର୍ଚ୍ଚ ପୁରାଣ କରିବା ପାଇଁ ଆପଣଙ୍କୁ କଷ୍ଟ ହୋଇପାରେ ଯାହାଫଳରେ ଆପଣ ସଞ୍ଚୟ କରିବାରେ ଅସମର୍ଥ ହେବେ।

ଆର୍ଥିକ ଜୀବନ ବିଷୟରେ କହିବାକୁ ଗଲେ ଶନି ସାଢ଼େ ସାତୀ ମେଷ ରାଶି ଲୋକଙ୍କ ପାଇଁ ସମସ୍ଯା ଅନ୍ୟପାରେ। ଏହି ସମୟରେ ଆପଣଙ୍କର ଖର୍ଚ୍ଚ ବଢ଼ିପାରେ ଯାହା ଆପଣ ସମ୍ଭାଳି ପାରିବେ ନାହିଁ।

ଆପଣ ଓ ଆପଣଙ୍କ ଜୀବନସାଥୀର ନାମ ଦ୍ବାରା କେତୋଟି ଗୁଣ ମିଶୁଛି? ଜାଣିବା ପାଇଁ ବେ କ୍ଲିକ କରନ୍ତୁ, ନାମ ଦ୍ବାରା କୁଣ୍ଡଳୀ ମିଳନ

ମେଷ ରାଶି ଲୋକଙ୍କ ପାଇଁ ବାର୍ଷିକ ରାଶିଫଳ: ଶିକ୍ଷା

ବର୍ଷ 2025 ପାଇଁ ମେଷ ବାର୍ଷିକ ରାଶିଫଳ 2025 କହୁଛି ଯେ ବର୍ଷର ପ୍ରଥମ ଭାଗ ମେଷ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ ଭଲ ରହିବ କାରଣ ଶନି ମହାରାଜ ଅପ୍ରିଲ 2025 ପର୍ଯ୍ୟନ୍ତ ଆପଣଙ୍କର ଏକାଦଶ ଘରେ ରହିବେ। ଏପରି ପରିସ୍ଥିତିରେ ଶନି ଗ୍ରହଙ୍କର ଏହି ଉପସ୍ଥିତି ଶିକ୍ଷା କ୍ଷେତ୍ରରେ ଆପଣଙ୍କୁ ବହୁତ ମାନ ସମ୍ମାନ ଦେବ ।

ମେଷ ରାଶି ଲୋକମାନେ ନିଜର ପାଠ ପଢ଼ାରେ ବହୁତ ସଚ୍ଚୋଟ ରହିବେ ଓ ସମର୍ପିତ ହୋଇ ପଢ଼ୁଥିବା ଦେଖାଯିବେ। କିନ୍ତୁ ଅପ୍ରିଲ 2025 ପରେ ଯେତେବେଳେ ଶନିଙ୍କ ସାଢ଼େ ସାତୀର ପ୍ରଭାବ ଆରମ୍ଭ ହେବ ପାଠ ପଢ଼ାରେ ସମସ୍ଯା ଆରମ୍ଭ ହେବ। ଏପରି ପରିସ୍ଥିତିରେ ଆପଣଙ୍କୁ ଶିକ୍ଷା ସମ୍ବନ୍ଧରେ ବିଫଳତା ସାମ୍ନା କରିବାକୁ ପଡ଼ିପାରେ। ଗୁରୁ ଗ୍ରହଙ୍କର ସ୍ଥିତି ଅପ୍ରିଲ 2025 ପର୍ଯ୍ୟନ୍ତ ପର୍ଯ୍ୟନ୍ତ ଅଧ୍ୟୟନ ପାଇଁ ଅନୁକୂଳ ରହିବ। ଯେଉଁ ଛାତ୍ରମାନେ ଉଚ୍ଚ ଶିକ୍ଷା କରିବାକୁ ଚାହୁଁଛନ୍ତି ସେମାନେ ଅପ୍ରିଲ 2025 ରୁ ଏହି ଦିଗରେ ଆଗକୁ ବଢ଼ିପରିବେ କାରଣ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଶନି ଦେବ ଆପଣଙ୍କ ଏକାଦଶ ଘରେ ରହିବେ।

ମେଷ ରାଶି ଲୋକଙ୍କ ପାଇଁ ବାର୍ଷିକ ରାଶିଫଳ: ପାରିବାରିକ ଜୀବନ

ବାର୍ଷିକ ରାଶିଫଳ 2025 କହୁଛି ଯେ ମେଷ ରାଶି ଲୋକଙ୍କର ପାରିବାରିକ ଜୀବନ ଅପ୍ରିଲ 2025 ପର୍ଯ୍ୟନ୍ତ ଉତ୍ତମ ରହିବ କାରଣ ଏହି ଅବଧିରେ ଶନି ଗ୍ରହ ଆପଣଙ୍କର ଏକାଦଶ ଘରେ ବସିବେ ଯାହା ଆପଣଙ୍କ ଜୀବନରେ ଖୁସି ଆଣିଦେବ। ଏହି ସମୟରେ ବୃହସ୍ପତି ଦେବ ମଧ୍ୟ ଅନୁକୂଳ ସ୍ଥିତିରେ ରହିବେ। ମାର୍ଚ 2025ରୁ ଆପଣଙ୍କର ସାଢ଼େ ସାତୀ ଆରମ୍ଭ ହେବ। ଏହାର ପରିଣାମସ୍ବରୂପ ଏହି ଲୋକମାନଙ୍କ ପାରିବାରିକ ଜୀବନରେ ଧର୍ଯ୍ୟ ରଖିବାକୁ ପରାମର୍ଶ ଦିଅଯାଇଛି କାରଣ ପରିବାରର ବାତାବରଣ ଚାପଗ୍ରସ୍ତ ରହିପାରେ।

ଏହି ବର୍ଷ ଆପଣଙ୍କର ପାରିବାରିକ ଜୀବନରେ ପାରସ୍ପରିକ ବୁଝାମଣା ସଦସ୍ୟଙ୍କ ମଧ୍ୟରେ କମ ରହିବ ଯାହା ଫଳରେ ବାଦ-ବିବାଦ ହୋଇପାରେ ଓ ସମ୍ପର୍କ ଖରାପ ହୋଇପାରେ। ମେଷ ବାର୍ଷିକ ରାଶିଫଳ ଅନୁସାରେ, ସମ୍ଭାବନା ଅଛି ଯେ ପରିବାର ଲୋକଙ୍କ ମଧ୍ୟରେ ପାରସ୍ପରିକ ତାଳମେଳ ରହିବ ନାହିଁ ଓ ଏହା ଆପଣଙ୍କୁ ଚିନ୍ତିତ କରିବ।

ଆଜି ଚନ୍ଦ୍ର କେତେବେଳେ ବାହାରିବେ? ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ।

ମେଷ ରାଶି ଲୋକଙ୍କ ପାଇଁ ବାର୍ଷିକ ରାଶିଫଳ: ପ୍ରେମ ଏବଂ ବୈବାହିକ ଜୀବନ

ମେଷ ବାର୍ଷିକ ରାଶିଫଳ ଅନୁସାରେ, ଏହି ବର୍ଷ ମେଷ ରାଶି ଲୋକଙ୍କ ପାଇଁ ପ୍ରେମ ଓ ବିବାହ ଜୀବନ ଅଧିକ ଭଲ ହେବ ନାହିଁ କାରଣ ଅନୁମାନ କରାଯାଉଛି ଯେ ଅପ୍ରିଲ 2025 ରୁ ସାଢ଼େ ସାତୀ ଆରମ୍ଭ ହୋଇଯିବ। ମଈ 2025 ପରେ ଗୁରୁ ଗ୍ରହଙ୍କର ସ୍ଥିତି ଆପଣଙ୍କ ପାଇଁ ଅନୁକୂଳ ରହିବ ନାହିଁ। ମାର୍ଚ୍ଚ 2025 ପର୍ଯ୍ୟନ୍ତ ସମୟ ଆପଣଙ୍କ ପାଇଁ ପ୍ରେମରେ ଭରପୁର ରହିବ। ବୈବାହିକ ଜୀବନରୁ ପ୍ରେମ ଓ ଆକର୍ଷଣ ହ୍ରାସ ପାଇପାରେ ତେଣୁ ପ୍ରେମ ବଜାୟ ରଖିବା ଆପଣଙ୍କ ପାଇଁ ଜରୁରୀ ହେବ।

ଏହି ରାଶିର ସେହି ଲୋକମାନେ ଯିଏ ବିବାହ କରିବା ପାଇଁ ଛୁଆହୁନଛନ୍ତି, ସେମାନେ ମଈ 2025 ପରେ ଏହା କରିବା ଠାରୁ ଦୂରେଇ ରହିବା ଉଚିତ ଅନ୍ୟଥା ଆପଣଙ୍କର ଓ ପାର୍ଟନର ମଧ୍ୟରେ ପାରସ୍ପରିକ ବୁଝାମଣା କମ ରହିବ।

ଏଠାରେ କ୍ଲିକ କରି ମାଗଣାରେ କରାନ୍ତୁ, ନାମ ଦ୍ବାରା କୁଣ୍ଡଳୀ ମିଳନ !

ମେଷ ରାଶି ଲୋକଙ୍କ ପାଇଁ ବାର୍ଷିକ ରାଶିଫଳ: ସ୍ବାସ୍ଥ୍ୟ

ମେଷ ବାର୍ଷିକ ରାଶିଫଳ କହୁଛି ଯେ ମେଷ ରାଶି ଲୋକଙ୍କର ସ୍ବାସ୍ଥ୍ୟ ଅପ୍ରିଲ 2025 ପରେ ଖରାପ ହୋଇପାରେ କାରଣ ଶନିଙ୍କର ସାଢ଼େ ସାତୀ ଆରମ୍ଭ ହେବ। ମେଷ ବାର୍ଷିକ ରାଶିଫଳ 2025 ଅନୁଯାୟୀ ଏହି ସମୟ ଆପଣଙ୍କ ପାଇଁ ସ୍ବାସ୍ଥ୍ୟ ସମସ୍ଯା ଆଣିପାରେ। ଗୋଡ଼ରେ ଦରଜ ହୋଇପାରେ। ଅପ୍ରିଲ 2025 ପରେ ଭଲ ପରିଣାମ ପାଇବା ପାଇଁ ଈଶ୍ବରଙ୍କୁ ଆରାଧନା କରିବାକୁ ପରାମର୍ଶ ଦିଅଯାଇଛି।

ପ୍ରତିକାର

  • ପ୍ରତିଦିନ ଦୂର୍ଗା ଚାଳିଶା ପାଠ କରନ୍ତୁ। ଯଦି ଏହା କରିବା ସମ୍ଭବ ନୁହେଁ ତେବେ ଶୁଭ ପରିଣାମ ପାଇଁ ମଙ୍ଗଳବାର ଦିନ ଦୂର୍ଗା ଚାଳିଶା ପାଠ କରନ୍ତୁ ।
  • ମଙ୍ଗଳବାର ଦିନ ରାହୁ ଗ୍ରହଙ୍କ ପାଇଁ ଯଜ୍ଞ କରନ୍ତୁ।
  • ପ୍ରତିଦିନ "ଓଁ ଭୈରବାୟ ନମଃ" 21 ଥର ଜପ କରନ୍ତୁ।

ନିଜର ରାଶି ଅନୁସାରେ ପଢ଼ନ୍ତୁ, ସବୁଠାରୁ ସଠିକ ଆପଣଙ୍କର ଆଜିର ରାଶିଫଳ

ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ପସନ୍ଦ ଆସିଥିବ। ମାଈକୁଣ୍ଡଳୀ ସହିତ ଜଡ଼ିତ ଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ!

ପ୍ରାୟତଃ ପଚରାଯାଉଥିବା ପ୍ରଶ୍ନ

ପ୍ରଶ୍ନ 1. କ’ଣ ମେଷ ରାଶି ଲୋକଙ୍କ ପାଇଁ ବର୍ଷ 2025 ଭଲ ବର୍ଷ?

ଉତ୍ତର 1. ମେଷ ରାଶି ପାଇଁ ବର୍ଷ 2025 ଅନୁକୂଳ ରହିବ। ଏହି ବର୍ଷ ଅନେକ ମହତ୍ୱପୂର୍ଣ ପରିବର୍ତ୍ତନ ଆସିବ।

ପ୍ରଶ୍ନ 2. ମେଷ ରାଶି ଲୋକଙ୍କ ଚିନ୍ତାର ଅନ୍ତ କେବେ ହେବ?

ଉତ୍ତର 2. ମେଷ ରାଶି ଲୋକଙ୍କର ସାଢ଼େ ସାତୀ 2025 ରେ ଆରମ୍ଭ ହୋଇ 2032 ରେ ଶେଷ ହେବ ।

ପ୍ରଶ୍ନ 3. ମେଷ ରାଶି ଲୋକ କିପରି ହୋଇଥାନ୍ତି?

ଉତ୍ତର 3. ମେଷ ରାଶିର ସ୍ବାମୀ ମଙ୍ଗଳ ହୋଇଥିବାରୁ ଏହଈ ରାଶିର ଲୋକ ସାହସୀ, ପରାକ୍ରମୀ ଓ ଊର୍ଜାରେ ଭରପୁର ଥାଆନ୍ତି।

ପ୍ରଶ୍ନ 4. ମେଷ ରାଶି ଲୋକ କେଉଁ ଭଗବାନଙ୍କର ପୂଜା କରିବା ଉଚିତ?

ଉତ୍ତର 4. ଜ୍ଯୋତିଷଶାସ୍ତ୍ର ଅନୁଯାୟୀ, ମେଷ ରାଶି ଲୋକମାନେ ହନୁମାନଙ୍କୁ ପୂଜା କରିବା ଫଳଦାୟୀ ହୋଇଥାଏ।